ଚୋରି କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା, ଟ୍ରେନର ହାଇ ଭୋଲଟେଜ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

Published By : Prameya-News7 Bureau | February 14, 2025 IST

ଆଠଗଡ଼: କୋଇଲା ଟ୍ରେନରୁ ପାଲ ଚୋରି କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ। ଏମିତି ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଛଅଗାଁ ରେଲୱେ ପାର୍କିଂରେ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଜଣେ ଯୁବକ କୋଇଲା ବୋଝେଇ ଟ୍ରେନରେ ପକାଯାଇଥିବା ପାଲକୁ ଚୋରି କରିବା ସମୟରେ ହାଇ ଭୋଲଟେଜ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ସେ । ତେବେ ସେଠାରେ ଥିବା ସ୍ଥାନୀୟ ଉଦ୍ଧାର ପାଇଁ ପହଞ୍ଚିଥିଲେବି ଯୁବକଙ୍କ ଅର୍ଦ୍ଧ ଦଗ୍ଧ ଶରୀର ହୁତୁ ହୁତୁ ହୋଇ ଜଳିଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବାବେଳେ ଯୁବକ ଜଣକ ଘର ଛଅଗାଁ ଅଞ୍ଚଳରେ ହୋଇଥିବା ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.